Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
‘ପଞ୍ଚାୟତ ନିର୍ବାଚନଠୁ ରାଜ୍ୟରେ ୧୭ ରାଜନୈତିକ ହତ୍ୟା ହୋଇଛି’ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

‘ପଞ୍ଚାୟତ ନିର୍ବାଚନଠୁ ରାଜ୍ୟରେ ୧୭ ରାଜନୈତିକ ହତ୍ୟା ହୋଇଛି’

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ପଞ୍ଚାୟତ ନିର୍ବାଚନ ପରଠୁ ୧୭ଟି ରାଜନନୈତିକ ହତ୍ୟା ହୋଇଛି। ହେଲେ ସରକାର ଏସବୁ ଘଟଣାରେ ଦୋଷୀଙ୍କୁ ଧରିବାରେ ବିଫଳ ହୋଇଛନ୍ତି। ସଠିକ ଢଙ୍ଗରେ ଚାର୍ଜସିଟ୍ ମଧ୍ୟ ଫାଇଲ କରାଯାଇନାହିଁ। ରାଜ୍ୟ ଗୃହ ବିଭାଗର ନିଷ୍କ୍ରିୟତା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଥିବା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ସେ ଜଣାଇଛନ୍ତି ଯେ ପଞ୍ଚାୟତ ନିର୍ବାଚନ ବେଳେ ୧୪ଟି ରାଜନୈତିକ ହତ୍ୟାକାଣ୍ଡ ହୋଇଥିଲା। ୨୦୨୯ ସାଧାରଣ ନିର୍ବାଚନବେଳେ ଖୋର୍ଦ୍ଧାର ବିଜେପି କର୍ମୀ ମଙ୍ଗୁଳି ଜେନାଙ୍କୁ ହତ୍ୟା ଏବଂ ମାହାଙ୍ଗା ଡବଲ ମର୍ଡର ପରେ ଏହି ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ହେଲେ ମାମଲା ଗୁଡ଼ିକର ତଦନ୍ତ ପ୍ରକ୍ରିୟା ସଠିକ ଢଙ୍ଗରେ ହୋଇନାହିଁ ଏବଂ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇନାହିଁ। ଯେଉଁଥିପାଇଁ ରାଜ୍ୟରେ ରାଜନୈତିକ ହିଂସାକାଣ୍ଡ ବଢ଼ିଚାଲିଛି। ଜଗନ୍ନାଥ ମହାପ୍ରଭୁଙ୍କ ରାଜ୍ୟରେ ଏ କି ଅବସ୍ଥା? ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ତୃଣମୂଳ ସ୍ତରରୁ ଶାସକ ଦଳ ବିଭିନ୍ନ ଦୁର୍ନୀତି ଏବଂ କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରିବାରେ ଲିପ୍ତ। ହେଲେ ଏନେଇ କେହି ମୁହଁ ଖୋଲିଲେ ସେମାନେ ସହ୍ୟ କରିବା ମୁଡ୍ରେ ନାହାନ୍ତି। ବିରୋଧ କଲେ ଜୀବନରୁ ମାରିଦେବାକୁ ପଛାଉନାହାନ୍ତି। ଶାସକ ଦଳ କଣ ପାଇଁ ଏତେ ଅସହିଷ୍ଣୁ ହୋଇପଡ଼ିଛି? ବିଜେଡିର ଏତେ ଅସୁରକ୍ଷା ମନୋଭାବ କଣ ପାଇଁ? ଏନେଇ ସାଂସଦ ଜବାବ ମାଗିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ନିଜେ ଏସବୁ ରାଜନୈତିକ ହତ୍ୟା ମାମଲାର ସମୀକ୍ଷା କରି ସର୍ବସାଧାରଣଙ୍କ ଆଗରେ ତଦନ୍ତର ପ୍ରକୃତ ଚିଠା ରଖିବେ ବୋଲି ଅପରାଜିତା କହିଛନ୍ତି।

ସମଗ୍ର ଦେଶରେ ଦୁର୍ନୀତିରେ ରାଜସ୍ଥାନ ଆଗରେ ଥିବାବେଳେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଓଡ଼ିଶାରେ ୧୪୯୩ ମାମଲା ରହିଛି। ନିର୍ଦ୍ଧାରିତ ସମୟ ଭିତରେ ଅଭିଯୋଗର ତଦନ୍ତ କରି ଦୋଷୀକୁ ଦଣ୍ଡ ଦିଆଯାଉନାହିଁ। ଯେଉଁଥିପାଇଁ ଦିନକୁ ଦିନ ଏହି ସଂଖ୍ୟା ବଢ଼ି ଚାଲିଛି। ମୋଟ ଅପରାଧକୁ ବିଚାରକୁ ନେଲେ ଓଡ଼ିଶାରେ ଦଣ୍ଡବିଧାନର ପ୍ରତିଶତ ମାତ୍ର ୫.୭। ସର୍ବାଧିକ ୯୩.୫% ସହ ମିଜୋରାମ ଆଗରେ ରହିଥିବା ଅପରାଜିତା କହିଛନ୍ତି। ସେହିଭଳି ଏନସିଆର୍ବି ତଥ୍ୟ ଅନୁସାରେ ନାରୀ ନିର୍ଯାତନାରେ ସମଗ୍ର ଦେଶରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରତିବର୍ଷ ମାମଲା ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ୨୦୧୫ରେ ୧୭,୨୦୦ ମାମଲା, ୨୦୧୬ରେ ୧୭,୮୦୦, ୨୦୧୭ରେ ୨୦,୦୦୦, ୨୦୧୮ରେ ୨୦,୨୭୪ ଓ ୨୦୧୯ରେ ୨୦,୧୮୩ଟି ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି। ହେଲେ ରାଜ୍ୟ ସରକାର ମହିଳା ସଶକ୍ତିକରଣ କଥା କହି କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସାଂସଦ ଆକ୍ଷେପ କରିଛନ୍ତି।