ବୈପାରିଗୁଡ଼ାରେ ଯାନବାହାନ ଚେକିଂ

କୋରାପୁଟ,ଏନ୍ଏନ୍ଏସ୍: ନୂଆ ବର୍ଷରୁ ଯାନ ବାହାନ ଯାଞ୍ଚ କଡାକଡି କରିବାକୁ ରାଜ୍ୟ ସରକାର ପୁଲିସ୍ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଥିବାବେଳେ ବୈପାରିଗୁଡା ପୁଲିସ୍ ରବିବାର ଠାରୁ ଗାଡି ଚେକିଂ ଜୋରଦାର କରିଛି। ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଓ ସବ-ଇନ୍ସପେକ୍ଟର ଅସିତ କୁମାର ବଳବନ୍ତରାୟଙ୍କ ନତେୃତ୍ୱରେ ଗାଡି ଯାଞ୍ଚ କରାଯାଉଛି। ହେଲମେଟ୍ ପିନ୍ଧିନଥିବା ବାଇକ୍ ଚାଳକ, ମଦ୍ୟପାନ କରି ଗାଡି ଚଳାଇବା ଓ ଓଭର୍ ସ୍ପିଡ୍ ଗାଡି ଚଳାଉଥିବା ଅମାନିଆଙ୍କ ଠାରୁ ପୁଲିସ୍ ପ୍ରାୟ ୧୨ ହଜାର ଟଙ୍କା ଜୋରିମାନା ଆଦାୟ କରିଛି। ଏହି ଅବସରରେ ପୁଲିସ୍ ପକ୍ଷରୁ ବାଇକ ଚାଳକ ଓ ପଛରେ ବସିବା ବ୍ୟକ୍ତି ହେଲମେଟ୍ ପିନ୍ଧିବା, କାରରେ ଯିବାବେଳେ ସିଟ୍ ବେଲ୍ଟ ବାନ୍ଧିବା ଓ ନିଶାଦ୍ରବ୍ୟ ସେବନ କରି ଗାଡି ନଚଳାଇବାକୁ ସଚେତନ କରାଯାଇଥିଲା।