୮ ଦଫା ଦାବିନେଇ ମାଲକାନଗିରି ନର୍ସିଂ କର୍ମଚାରୀ ସଂଘର ଧାରଣା

ମାଲକାନଗିରି,ଏନ୍ଏନ୍ଏସ୍: ନର୍ସଙ୍କୁ ସରକାରୀ ଚୁକ୍ତି ଭିତ୍ତିକ କରିବା, କ୍ୟାଡର ପୂନଃର୍ଗଠନ ସମେତ ୮ ଦଫା ଦାବିନେଇ ଓଡିଶା ନର୍ସିଂ ଏମ୍ପେ୍ଲାଇସ୍ ଏସୋସିଏସନ ମାଲକାନଗିରି ଶାଖାପକ୍ଷରୁ ଆଜି ଜିଲ୍ଲା ସଦର ମହକୁମା ଚିକିତ୍ସାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସେମାନଙ୍କ ଦାବି ଓ ସମସ୍ୟା ସମ୍ବନ୍ଧରେ ଏହା ପୂର୍ବରୁ ବହୁବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି। ତେଣୁ ବାଧ୍ୟହୋଇ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହୋଇଛି ବୋଲି ଆନ୍ଦୋଳନକାରୀ ନର୍ସ ମାନେ କହିଛନ୍ତି।

ରାଜ୍ୟ ସଂଘର ଦାବିକୁ ସମର୍ଥନ ଜଣାଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ କାର୍ଯ୍ୟରତ ନର୍ସିଂ ଆସୋସିଏସନ ସଂଘପକ୍ଷରୁ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି। ଦାବି ଗୁଡିକ ମଧ୍ୟରେ ଗ୍ରୁପ ସି’ ରୁ ଗ୍ରୁପ ବି’ କୁ ନେବା, ନର୍ସିଂ କର୍ମଚାରୀମାନଙ୍କୁ ୯୩୦୦ ମୂଳ ଦରମା ଓ ୪୨୦୦ ପେ’ ପ୍ରଦାନ, ପଦୋନ୍ନତି ବେଳେ ଠିକା ନି ଯୁକ୍ତିକୁ ସର୍ଭିସ୍ ହିସାବକୁ ନିଆଯିବା, ଆରବିଏସକେ, ମେଣ୍ଟାଲ ହେଲଥ ନର୍ସଙ୍କୁ ସ୍ଥାୟୀ କରିବା ଆଦି ୮ ଦଫା ଦାବି ରହିଛି। ଏହି ସମସ୍ତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ କାର୍ଯ୍ୟବନ୍ଦ ଡାକରା ଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।