ରାୟଗଡ଼ା,ଏନ୍ଏନ୍ଏସ୍ : ନିରୀହ ଆଦିବାସୀମାନଙ୍କୁ ହତ୍ୟା ପ୍ରତିବାଦରେ ଗଣଧାରଣ ସହ ବିକ୍ଷୋଭ ପ୍ରଦର୍ଶନ କରିଛି ଜିଲ୍ଲା କଂଗ୍ରେସ। ଆଦିବାସୀମାନଙ୍କୁ ହତ୍ୟା କରାଯାଉଥିଲେ ମଧ୍ୟ ସରକାର ଜାଣିଶୁଣି କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା। ମାଇକାଞ୍ଚ ଗୁଳିକାଣ୍ଡ, କଳିଙ୍ଗନଗର ଗୁଳିକାଣ୍ଡ, ଭାଗିରଥୀ ମାଣ୍ଡାଙ୍ଗାଙ୍କୁ ହତ୍ୟା, ଗୁମୁଡାମାହା ଗୁଳିକାଣ୍ଡ ସହ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗୋଙ୍କ ହତ୍ୟାକାଣ୍ଡର ରହସ୍ୟ ବର୍ତ୍ତମାନ ସୁଦ୍ଧା ଉନ୍ମୋଚନ ହୋଇପାରନାହିଁ ବୋଲି ଯୁବ ଆଦିବାସୀ ନେତା ଆପଲସ୍ୱାମୀ କାଡ୍ରାକା ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ନିରୀହ ଆଦିବାସୀମାନଙ୍କୁ ଯେପରି ହତ୍ୟା ନ କରାଯାଏ ତା ପାଇଁ ସରକାରଙ୍କ ତରଫରୁ ଦୃଢ ଆଇନ ଲାଗୁ କରିବା ପାଇଁ କଂଗ୍ରେସ ଦଳ ଦାବି କରିଛି।