ଗୁଣୁପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣପୁର ସହରସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ବିଧାୟକ ରଘୁନାଥ ଗମାଙ୍ଗଙ୍କ ଦ୍ୱାରା ଅତିରିକ୍ତ ଶ୍ରେଣୀଗୃହ ଉଦଘାଟିତ ହୋଇଯାଇଛି। ବିଧାୟକ ପାଣ୍ଠିରୁ ୪ ଲକ୍ଷ ଟଙ୍କାରେ ଏହି ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କାଉନସିଲର ମୁନା ପାଣି, ଆତଗୁରୁ ନାଗା, ଅନୁଷ୍ଠାନର ସଭାପତି ଯୋଗେନ୍ଦ୍ର ନାରାୟଣ ଦେଓ, ସମ୍ପାଦକ ସୁଦର୍ଶନ ପୃଷ୍ଟି, ଦେବୀପ୍ରସାଦ ରଥ ପ୍ରମୁଖ ଯୋଗ ଦେଇଥିବା ବେଳେ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଭୁକ୍ତା ଓ ଶିବାନି ତ୍ରିପାଠି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହାପରେ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।