ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସଂକ୍ରମଣ ପ୍ରଭାବ ହ୍ରାସ ପାଉଛି। ଦୈନିକ ଆକ୍ରାନ୍ତ ଚିହ୍ନଟ ସଂଖ୍ୟାରେ ହ୍ରାସ ଘଟୁଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ୧୮ ହଜାର ୧୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ କୋଟି ୦୩ ଲକ୍ଷ ୨୩ ହଜାର ୯୬୫ରେ ପହଞ୍ଚିଛି। ସେହିପରି ୨୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହିତ କରୋନାରେ ଆଜି ସୁଦ୍ଧା ଦେଶରେ ୧ ଲକ୍ଷ ୪୯ ହଜାର ୪୩୫ ଜଣ ପ୍ରାଣ ହରାଇ ସାରିଲେଣି। ସେହିପରି ୨୦ ହଜାର ୯୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ସୁସ୍ଥଙ୍କ ସଂଖ୍ୟା ଦେଶରେ ୯୯ ଲକ୍ଷ ୨୭ ହଜାର ୩୧୦କୁ ବୃଦ୍ଧି ପାଇଛି। ଏଥି ସହିତ, ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୪୭ ହଜା ୨୨୦ ରହିଛି।