ଜୟପୁର,ଏଜେନ୍ସି: ରାଜସ୍ଥାନର ବିଭିନ୍ନ ଜିଲ୍ଲା ସମେତ ସହରରେ ଏବେ ଦେଖାଦେଇଛି ବାର୍ଡଫ୍ଲୁ ଆତଙ୍କ। ଫଳରେ ଜଳଧର, ବରୁନ ଓ ଜୋଧପୁରରେ ପକ୍ଷୀମାନଙ୍କ ମୃତ୍ୟୁ ଦିନକୁ ଦିନ ବଢିବାରେ ଲାଗିଛି। ଏନେଇ ବନବିଭାଗ ପକ୍ଷରୁ ସତର୍କ ରହିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୃତ ପକ୍ଷୀମାନଙ୍କ ବ୍ୟବଚ୍ଛେଦ ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ପଶୁ ରୋଗ ଲ୍ୟାବକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଜିଲ୍ଲାର ଯୁଗ୍ମ ନିର୍ଦ୍ଦେଶକ ପଶୁପାଳନ ବିଭାଗକୁ ମଧ୍ୟ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏନେଇ ମୁଖ୍ୟ ବନ୍ୟଜନ୍ତୁ ଆଡଭୋକେଟ ମୋହନ ଲାଲ ମୀନା ଏକ ସତର୍କ ସୂଚନା ଜାରି କରିଛନ୍ତି ଯେ, ମୃତ ପକ୍ଷୀମାନଙ୍କ ଠାରେ ଏଚ ଫାଇଭକ ସ୍ୱାଇନ ଫ୍ଲୁ ଜୀବାଣୁ ମିଳିଛି। ଯାହା ଏକ ଗୁରୁତର ସଂକ୍ରମଣ ରୋଗ। ଏଥିପାଇଁ ପକ୍ଷୀମାନଙ୍କଠାରେ ରୋଗ ଚିହ୍ନଟ କରିବା ଏବଂ ସଜାଗ ରହିବା ଅତ୍ୟନ୍ତ ଜରୁରୀ ଅଟେ ବୋଲି ସେ କହିଛନ୍ତି। ଏ ବାବଦରେ ଭାରତ ସରକାରଙ୍କ ପଶୁପାଳନ ବିଭାଗ ଦ୍ୱାରା ନିର୍ଦ୍ଦେଶାବଳୀ ଜାରି ହୋଇସାରିଛି। ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବାଘ ପ୍ରକଳ୍ପ ଓ ସଂରକ୍ଷଣ ସ୍ଥାନର ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରୋଗ ଯୋଗୁଁ ନାଗାଉରରେ ପ୍ରାୟ ୫୩ଟି ମୟୂରଙ୍କ ମୃତ୍ୟୁ ଘଟିଛି।