ଶ୍ରୀନଗର,ଏଜେନ୍ସି: କାଶ୍ମୀର ସୀମାରେ ଭାରତୀୟ ସେନା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ଜଣେ ଆତଙ୍କବାଦ ନିହତ ହୋଇଥିବା କାଶ୍ମୀର ଜୋନ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କାଶ୍ମୀରର ଲୟାପୋରା ଅଞ୍ଚଳରେ ଭାରତୀୟ ସେନା ଓ ଆତଙ୍କବାଦ ମୁହାଁମୁହିଁ ହୋଇଥିଲା। ୧୫ ଘଣ୍ଟାର ମିଳିତ ଅପରେସନ ପରେ ଜଣେ ଆତଙ୍କବାଦକୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା। ଏଥିସହିତ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ନିହତ ଆତଙ୍କବାଦୀର ପରିଚୟ ମିଳିପାରି ନାହିଁ।
ଗତ ଶନିବାର ଜାମ୍ମୁ-କାଶ୍ମୀରର ସୋପିଆନର କନିଗାମ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଶନିବାର ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତୀୟ ସେନା।