କରୋନା ଟିକା ନେଲେ କମଳା ହ୍ୟାରିସ

ୱାଶିଂଟନ,ଏଜେନ୍ସି: ଆମେରିକାରେ କରୋନାକୁ ମାତ ଦେବା ପାଇଁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସଂକ୍ରମଣ ଆଶଙ୍କା ଥିବା ବର୍ଗର ଲୋକଙ୍କୁ ଫାଇଜର ଏବଂ ମଡର୍ଣ୍ଣା ପ୍ରସ୍ତୁତ କରୋନା ଟିକା ଦିଆଯାଉଛି। ଏହିକ୍ରମରେ ଆମେରିକାର ନବ ନିର୍ବାଚିତ ଉପ ରାଷ୍ଟ୍ରପତି କମଳା ହ୍ୟାରିସ ମଧ୍ୟ ମଡର୍ଣ୍ଣା ଟିକା ଗ୍ରହଣ କରିଛନ୍ତି।

କମଳା ହ୍ୟାରିସ ଟିକା ନେବା ବେଳେ ଏହାର ସିଧା ପ୍ରସାରଣ କରାଯାଇଥିଲା। ଟିକା ଉପରେ ଲୋକଙ୍କ ବିଶ୍ୱାସ ସୃଷ୍ଟି କରିବା ପାଇଁ କମଳା ହ୍ୟାରିସ ଏପରି କରିଛନ୍ତି। ସେହିପରି ଟିକା ନେବା ପରେ ଲୋକଙ୍କୁ ନିଜ ଇଚ୍ଛାରେ ଆସି ଏହି ପ୍ରକ୍ରିୟାରେ ସାମିଲ ହେବାକୁ ନିବେଦନ କରିଛନ୍ତି। ୟୁନାଇଟେଡ ମେଡିକାଲ ସେଣ୍ଟର୍‌ରେ କମଳା ହ୍ୟାରିସ ଟିକା ନେବା ପାଇଁ ପହଞ୍ଚିଥିଲେ। ଏହି ଅବସରରେ ସମସ୍ତେ ହସ୍ପିଟାଲ ଆସି ଟିକା ନେବା ଦରକାର ବୋଲି ସେ କହିଛନ୍ତି। ତାଙ୍କ ସ୍ୱାମୀ ଡଗ୍ ଏମହଫ୍ ମଧ୍ୟ ମଡର୍ଣ୍ଣା ଟିକା ନେଇଛନ୍ତି।

ଡିସେମ୍ବର ୨୧ରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ସର୍ବସମ୍ମୁଖରେ କରୋନା ଟିକା ନେଇଥିଲେ। ନ୍ୟୁ ଜର୍ସିର ନ୍ୟୁୟର୍କ ଠାରେ ଥିବା ଖ୍ରୀଷ୍ଟିଆନା ହସ୍ପିଟାଲରେ ବାଇଡେନ ଏହି ଟିକା ନେଇଥିଲେ। ତାଙ୍କୁ ହସ୍ପିଟାଲର କର୍ମଚାରୀ ସ୍ୱାସ୍ଥ୍ୟ ସେବାର ମୁଖ୍ୟ ନର୍ସ ତାବେ ମାସା ଟିକାର ପ୍ରଥମ ଡୋଜ ଦେଇଛନ୍ତି। ଟିକା ନେବା ପରେ ବାଇଡେନ୍‌ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି।