Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
‘ନମସ୍କାର ସେବା’ ଆରମ୍ଭ କରିବ ଏୟାରଇଣ୍ଡିଆ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

‘ନମସ୍କାର ସେବା’ ଆରମ୍ଭ କରିବ ଏୟାରଇଣ୍ଡିଆ

ନୂଆଦିଲ୍ଲୀ,୬ା୯/ଏଜେନ୍ସି: ସରକାରୀ ବିମାନ କମ୍ପାନୀ ଏୟାରଇଣ୍ଡିଆ ଖୁବଶୀଘ୍ର ଏହାର ଯାତ୍ରୀମାନଙ୍କ ପାଇଁ ବିମାନବନ୍ଦରରେ ସ୍ୱତନ୍ତ୍ର ଆତିଥ୍ୟ ବ୍ୟବସ୍ଥା ଉପଲବ୍ଧ କରାଇବ। ଏହା ଅନ୍ତର୍ଗତ କମ୍ପାନୀ ଯାତ୍ରୀମାନଙ୍କ ପାଇଁ ‘ନମସ୍କାର ସେବା’ ଆରମ୍ଭ କରିବାକୁ ଯୋଜନା ଚଳାଇଛି। ଏହି ସେବା ଅନ୍ତର୍ଗତ ବିମାନବନ୍ଦରରେ କର୍ମଚାରୀମାନେ ପ୍ରବେଶ ଦ୍ୱାରଠାରୁ ଆରମ୍ଭ କରି ବିମାନରେ ବସିବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କର ସ୍ୱତନ୍ତ୍ର ଧ୍ୟାନ ନେବେ। ଏୟାରଇଣ୍ଡିଆ ପକ୍ଷରୁ ପାଇଲଟ୍ ପ୍ରକଳ୍ପ ରୂପେ ଏହି ସେବାକୁ ଚଳିତମାସଠାରୁ ଦିଲ୍ଲୀ ବିମାନବନ୍ଦରରେ ଶୁଭାରମ୍ଭ କରାଯିବ। ପ୍ରଥମଶ୍ରେଣୀ ଯାତ୍ରୀଙ୍କ ପାଇଁ ପୂର୍ବରୁ ହିଁ ଏହି ସେବା ଉପଲବ୍ଧ କରାଯାଇଛି। ବର୍ତ୍ତମାନ ଏହି ସେବା ବିଜନେସ୍ ଓ ଇକୋନୋମି ଶ୍ରେଣୀର ଯାତ୍ରୀମାନଙ୍କ ପାଇଁ ମଧ୍ୟ ମିଳିବ। ଏହି ସେବା ପାଇଁ ଯାତ୍ରୀମାନଙ୍କ ଠାରୁ ଦେୟ ମଧ୍ୟ ଆଦାୟ କରାଯିବ।

ବିମାନ କମ୍ପାନୀର କହିବା ମୁତାବକ, ଅନେକ ଥର ବିମାନବନ୍ଦରରେ ବିଜନେସ୍ ଓ ଇକୋନୋମି ଶ୍ରେଣୀର ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସାମନା କରିଛନ୍ତି ବୋଲି ଅଭିଯୋଗ ଆସିଛି। ଏ ସମସ୍ତ ଅଭିଯୋଗକୁ ଦୂର କରିବା ଲାଗି ଏହି ସେବା ଆରମ୍ଭ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ସେବା ପାଇଁ ଏୟାରଲାଇନ୍ ବିଶେଷ ରୂପେ ୩ ଜଣିଆ ଟିମ୍ ଗଠନ କରିବ ଏବଂ ଯେଉଁମାନେ କମ୍ପାନୀ ୱେବସାଇଟକୁ ଯାଇ ଏହି ସେବା ପାଇଁ ପଞ୍ଜିକରଣ କରିଥିବେ, ସେମାନଙ୍କୁ ଏହି ଟିମ୍ ସାହାଯ୍ୟ କରିବ। ପଞ୍ଜୀକରଣ କରିଥିବା ଯାତ୍ରୀମାନଙ୍କୁ ବିମାନବନ୍ଦରର ପ୍ରବେଶଦ୍ୱାରରୁ ସ୍ୱାଗତ କରାଯିବ ଏବଂ ବିମାନରେ ବସିବା ପର୍ଯ୍ୟନ୍ତ ସେମାନଙ୍କ ସ୍ୱତନ୍ତ୍ର ଧ୍ୟାନ ରଖାଯିବ।