କେନ୍ଦୁପାଟଣା,ଏନ୍ଏନ୍ଏସ୍: ଜଇରାମପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ପଞ୍ଚାୟତସ୍ତରୀୟ ଏକ ବିଜେଡି କର୍ମୀ ସମାବେଶ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଛି। ବିଜେଡି ଯୁବନେତା ସୟଦ ନୟର ଫାଏକ୍ଙ୍କ ପୌରୋହିତ୍ୟରେ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ କୁମାର ଓଝା ଯୋଗଦେଇ ପଞ୍ଚାୟତବାସୀ ଏକତ୍ରିତ ହୋଇ ବିଜେଡି ସଂଗଠନକୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ପ୍ରାଣକୃଷ୍ଣ ସେଠୀ, ପଞ୍ଚାୟତ ବିଜେଡି ସଭାପତି ବୀରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ଦାସ, ବ୍ଲକ ସଂଖ୍ୟାଲଘୁ କମିଟି ସଭାପତି ମିର୍ଜା ଅବୁଲ ବେଗ୍, ରାଜ୍ୟ ସଦସ୍ୟ ଜାକୀର ଖାନ୍, ବିଜେଡି ମହିଳା ସଂଗଠିକା ଉର୍ମିଳା ଦାସ, ୱାର୍ଡସଭ୍ୟ ବନ୍ଦିତା ଦାସ, ଅବଦୁଲ ରଜାକ୍ ଖାଁ, ମହମ୍ମଦ ଜିଲାନୀ, ସେକ୍ ସନାଉଲ୍ଲା, ସୁଦର୍ଶନ ବେହେରା, ସେକ୍ ଅପତା ଉଦ୍ଦିନ୍, ସେକ୍ ଅବଦୁଲ ନଇମ୍, ପ୍ରମୁଖଙ୍କ ସହ ଅନେକ ବିଜେଡି କର୍ମୀ ଯୋଗଦେଇଥିଲେ।