ଦେଓଗାଁ ସାମ୍ବାଦିକ ଓ ଖବରକାଗଜ ବିତରକ ସଙ୍ଘର ବୈଠକ

ଦେଓଗାଁ,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ସାମ୍ବାଦିକ ଓ ଖବରକାଗଜ ବିତରକ ସଂଘର ବାର୍ଷିକ ବୈଠକ ନୁଆପଡ଼ା ଜିଲ୍ଲା ପତୋରା ଡ୍ୟାମଠାରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସାମ୍ବାଦିକ କିଶୋର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସାମ୍ବାଦିକ ରାମ ଚନ୍ଦ୍ର ଶତପଥୀ ସଂଯୋଜନା କରିଥିଲେ। ସାମ୍ବାଦିକ କୃଷ୍ଣ ପ୍ରସାଦ ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ। ସାମ୍ବାଦିକ ଶରତ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି ବୈଠକରେ ବୁଦ୍ଧ ଦେବ ପରୁଆ, ଶେଷଦେବ ମେର୍ଲ୍ଲୀ, ମନୀଷ ସାହୁ,ଗୋପାଳ ସିଂ, ଗୋପାଳ ନାଏକ, ଜଳନ୍ଧର ପଧାନ, ପର୍ଶୁରାମ ପଧାନ, ଅଭୟ ଖମାରୀ, ରିତେଶ ରଣା, ଆକାଶ ସିକା ଉପସ୍ଥିତ ଥିଲେ।