ରାୟଗଡା ଏସପିଙ୍କ ବଦଳି

ରାୟଗଡ଼ା, ଏନ୍ଏନ୍ଏସ୍: ଯିଏ ଯେତେ ଲୋକଙ୍କ ନିକଟତର ହୋଇପାରିବ ସିଏ ସେତେ ଲୋକଙ୍କ ଆସ୍ଥାଭଜନ ହେବ, ଏଥିରେ ସନ୍ଦେହ ନାହିଁ ବୋଲି କହିଛିନ୍ତି ରାୟଗଡାରୁ କଳାହାଣ୍ଡିକୁ ବଦଳି ହୋଇଥିବା ଯୁବ ଆଇପିଏସ ଅଫିସର ଡା.ଶର୍ବଣ ବିବେକ ଏମ୍ । ଚାକିରି ଜୀବନ ଆରମ୍ଭରେ କିପରି ମାଓଗଡରେ କାର୍ଯ୍ୟ ଆରମ୍ଭ କରିବା ସହ ସେଠାକାର ଅନୁଭୂତିକୁ ପାଥେୟ କରି ରାୟଗଡା ଜିଲ୍ଲାରେ ମାଓଦମାନ କ୍ଷେତ୍ରରେ ସଫଳ ପାଇଥିଲେ ସେହି ଅନୁଭୁତି ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ କାମରେ ଆସିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଅଞ୍ଚଳରେ କିପରି ସରକାରଙ୍କ ଯୋଜନା ପହିଞ୍ଚି ପାରିବ ସେ ଦିଗରେ କାମ କରିବେ ବୋଲି କହିଛିନ୍ତି ।