ବରଗଡ଼,ଏନ୍ଏନ୍ଏସ୍: ମାରୱାଡି ସମ୍ମିଳନ ବରଗଡ଼ ଶାଖା ଦ୍ୱାରା ରୋହଣିଆଁ ସ୍ଥିତ କୃଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବ ପ୍ରାନ୍ତୀୟ ଅଧ୍ୟକ୍ଷ ଶ୍ୟାମସୁନ୍ଦର ଅଗ୍ରୱାଲ , କିଶନଲାଲ ଅଗ୍ରୱାଲ, ବରଗଡ଼ ଶାଖା ଅଧ୍ୟକ୍ଷ କିଶୋର ଅଗ୍ରୱାଲ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଆଗାମୀ ଦିନରେ ମଧ୍ୟ ମାରୱାଡି ସମ୍ମିଳନ ଦ୍ୱାରା ଏପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି କୁହାଯାଇଛି।