ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରୀପାଠିଙ୍କ ନେତୃତ୍ୱରେ ଫଳ ଓ ମାସ୍କ ବଣ୍ଟନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଟଙ୍କଧର ତ୍ରୀପାଠି ଓ ଅନ୍ୟ ବିଜେପି କର୍ମୀମାନେ ଯାଇ ରୋଗୀଙ୍କୁ ଫଳ, ମାସ୍କ ବଣ୍ଟନ କରିବାସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ଏହି ଅବସରରେ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ସମ୍ପାଦକ ବିଶ୍ୱଜିତ ଷଡ଼ଙ୍ଗୀ, ପୁରୁଷୋତ୍ତମ ଥିରାନୀ, ବଲବିନ୍ଦର ସିଂ, ଶ୍ଲୋକ ସରନ, ଅରବିନ୍ଦ ପାଠକ, ମନୋଜ କଲେତ, ମନୁ ସଚିନ୍ଦେରିଆ, ବିରେନ ଡୁଙ୍ଗରି ପ୍ରମୁଖ ଉପସ୍ଥିତ ଥିଲେ।