ଝାରସୁଗୁଡାରେ ପୁଣି ୧୧ ପଜିଟିଭ ଚିହ୍ନଟ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ଆଜି ପୁଣି ୧୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଝାରସୁଗୁଡା ପୌରପରିଷଦରୁ ଜଣେ, ବେଲପାହାଡ ପୌରପରିଷଦରୁ ଜଣେ, ଲଖନପୁର ବ୍ଲକରୁ ଜଣେ, ଲଇକେରା ବ୍ଲକରୁ ଜଣେ, କିର୍ମିରା ବ୍ଲକ ଅଞ୍ଚଳରୁ ଜଣେ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ଆଉ ୬ ଜଣ ବ୍ୟକ୍ତି ବାହାର ଜିଲ୍ଲାର ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ ବ୍ରଜରାଜନଗର ପୌରପରିଷଦ, ଝାରସୁଗୁଡା ବ୍ଲକ, କୋଲାବିରା ବ୍ଲକ ଜଣେ ହେଲେ ପଜିଟିଭ ଚିହ୍ନଟ ହୋଇ ନଥିବା ଜିଲ୍ଲାପ୍ରଶାସନ ସୂଚନା ଦେଇଛି। ପ୍ରକାଶଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୪ଶହ ୨୪ରେ ପହଞ୍ଚିଥିବାବେଳେ ୭ ହଜାର ୩ଶହ ୧୬ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୧ ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିପରି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୬ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।