ବ୍ରାହ୍ମଣୀଗାଁରେ ବଡ଼ଦିନ ପାଇଁ ପୁଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: ବଡ଼ଦିନ ପର୍ବ ପାଳନକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିବାବେଳେ ଆଜି ବ୍ରାହ୍ମଣୀଗାଁ ଥାନା ପୁଲିସ ବାହୀନି ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳାର ସହ ଯେପରି ବଡ଼ଦିନ ପର୍ବ ପାଳନ କରାଯିବ ଏଥିପାଇଁ ସ୍ୱତନ୍ତ୍ର ସୁପର ଭାଇଜର ଦାୟିତ୍ୱରେ କନ୍ଧମାଳ ଡିଏସପି ଏ. କେରକେଟା ନିୟୋଜିତ ଅଛନ୍ତି। ଆଇଆଇସି ଅଲେଖ ଗରଡିଆ, ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ଏସଆଇ ସଂଗ୍ରାମ କେଶରୀ ଜେନାଙ୍କ ସମେତ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ବ୍ରାହ୍ମଣୀଗାଁ ଅଞ୍ଚଳର ବିଭିନ୍ନ ପ୍ରବେଶ ପଥ ଓ ଛକ ମାନଙ୍କରେ ପୁଲିସ୍ ପ୍ରଶାସନ ପକ୍ଷରୁ ଗାଡି ମୋଟର ଯାଞ୍ଚକୁ କଡାକଡି କରାଯାଉଥିବା ନେଇ ଥାନା ଅଧିକାରୀ ଶ୍ରୀ ମୁନୀ ସୂଚନା ଦେଇଛନ୍ତି।