ପୂର୍ବତନ ଏନଏସି କାଉନସିଲରଙ୍କ ବିୟୋଗ

ବରପାଲି,ଏନ୍ଏନ୍ଏସ୍: ବରପାଲି ୫ ନମ୍ବର ୱାର୍ଡ ନିବାସୀ ପୂର୍ବତନ କାଉନସିଲର ବିନୋଦ ମେହେରଙ୍କ ସ୍ୱାସ୍ଥ୍ୟଜନିତ କାରଣରୁ ଦେହାନ୍ତ ହୋଇଯାଇଛି। କିଛିଦିନ ପୁର୍ବରୁ ତାଙ୍କର ସ୍ୱାସ୍ଥ୍ୟର ଅବନତି ଦେଖାଦେବାରୁ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିକିତ ହେଉଥିଲେ। ଗତ ବୁଧବାର ଅଚାନକ ସ୍ୱାସ୍ଥ୍ୟ ଜନିତ କଷ୍ଟ ଅନୁଭବ କରିବାରୁ ପରିବାରଲୋକେ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୦୦୩ରେ ବରପାଲି ଏନଏସିର ବିଜେଡ଼ି କାଉନସିଲର ଭାବରେ ଏକ ଟାଣୁଆ ଯୁବନେତା ଭାବରେ ତାଙ୍କର ବେଶ ଖ୍ୟାତି ରହିଥିଲା। ତାଙ୍କର ପୁଅ ଦେବାନନ୍ଦ ମେହେର ବର୍ତ୍ତମାନ ଛାତ୍ର ବିଜେଡ଼ିର ଜିଲ୍ଲା ସାଧାରଣ ସମ୍ପାଦକ ରହିଛନ୍ତି।