ମାସ୍ ତରଫରୁ ତାଲିମ ଶିବିର

ଗାଇସିଲେଟ,ଏନ୍ଏନ୍ଏସ୍: ଗାଇସିଲେଟ ବ୍ଲକ ତାଲପାଲି ହାଇସ୍କୁଲଠାରେ ମାସ୍ ତରଫରୁ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଫଇଏସ୍ ସହାୟତାରେ ଅନୁଷ୍ଠିତ ଏହି ଶିବିରକୁ ଓଏଲଏମର ଗାଇସିଲେଟ ବ୍ଲକ୍ ବିଏଲସି ବଟକିଶୋର ଦୀପ , ବିଏସଏସଓ ଚିତ୍ରସେନ ପ୍ରଧାନ, କୃଷି ବିଭାଗର ନାରାୟଣ ପ୍ରଧାନ, ସିଆରସିସି ମହେନ୍ଦ୍ର ରାଉତ , ପ୍ରଧାନଶିକ୍ଷକ କିଶୋର ଦେବତା, ସାମାଜିକ କର୍ମୀ ହେମନ୍ତ କୁମାର ବାରିକ ପ୍ରମୁଖ ଉଦଘାଟନ କରିଥିଲେ। ଏହି ଅବସରରେ କରୋନା ଯୋଦ୍ଧା ଭାବେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସରପଞ୍ଚ , ଜିଆରଏସ, ୱାର୍ଡ ମେମ୍ବର, ଗ୍ରାମସାଥୀ, ବ୍ୟାଙ୍କ ମିତ୍ର, କୃଷିମିତ୍ର, ଶିକ୍ଷକ , ମୋବିଲାଇଜରମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ମାସ୍ ର ସଂଯୋଜକ ବିଶ୍ୱାଲ, ସୁମନ୍ତ ଡନସେନା, ଅନୀଲ କୁମାର ସାହୁ ପ୍ରମୁଖ ତାଲିମ ପ୍ରଦାନ କରିଥିବାବେଳେ ମିହିରକାନ୍ତ କୁମାର ଶିବିର ପରିଚାଳନା ଏବଂ ଅରୁଣ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।