ବଦଳିଲେ ଝାରସୁଗୁଡା ଏସପି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ଫଳରେ ୧୩ ଜିଲ୍ଲାର ଏସପିଙ୍କ ବଦଳି ହୋଇଛି। ଏହି ପରୀପ୍ରେକ୍ଷୀରେ ଝାରସୁଗୁଡା ଜିଲ୍ଲା ଏସପିଙ୍କ ବଦଳି ଯାଜପୁର ଏସପି ଭାବରେ ହୋଇଥିବାବେଳେ ଭଦ୍ରକର ଅତିରିକ୍ତ ଏସପି ଦାୟିତ୍ୱରେ ଥିବା ବିକାଶ ଚନ୍ଦ୍ର ଦାସଙ୍କୁ ଝାରସୁଗୁଡା ଏସପି ଭାବେ ଦାୟିତ୍ୱ ମିଳିଛି।