ଗତ ୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୨୬୪୮ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ ଜିଲ୍ଲାରୁ ୩୦ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୭, ମୟୂରଭଞ୍ଜରୁ ୨୧, ପୁରୀରୁ ୨୧, ବରଗଡରୁ ୧୫, ନୂଆପଡାରୁ ୧୪, ବାଲେଶ୍ୱରରୁ ୧୧, ଜଗତସିଂହପୁରରୁ ୧୧, ସମ୍ବଲପୁରରୁ ୧୦, ଗଞ୍ଜାମରୁ ୮, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୭, କେନ୍ଦ୍ରାପଡାରୁ ୭, ଭଦ୍ରକରୁ ୫, ଗଡପତିରୁ ୫, କେନ୍ଦୁଝରରୁ ୩, କୋରାପୁଟରୁ ୩, ନବରଙ୍ଗପୁରରୁ ୨, ଦେବଗଡରୁ ୧, ଯାଜପୁରରୁ ୧, ନୟାଗଡରୁ ୧ ଏବଂ ଷ୍ଟେଟ ପୁଲରୁ ୭ଜଣ ସୁସ୍ଥ ହୋଇଛନ୍ତି।