ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବୋଲପାହାଡ ଗୁମାଡେରାସ୍ଥିତ ଗୌରୀଶଙ୍କର ମନ୍ଦିରରେ ଟିଆରଏଲ କ୍ରୋସାକି କମ୍ପାନୀ ପକ୍ଷରୁ ଭୋଗ ଗୃହ ନିର୍ମାଣ ପାଇଁ ଆଜି ଶୁଭ ଦିଆଯାଇଛି। ଏଥିରେ ଗୁମାଡେରା ଗୌରୀଶଙ୍କର ମନ୍ଦିରର ପୂଜକ ଦିଲ୍ଲୀପ ପଣ୍ଡା , ପରିଚାଳନା କମିଟିର ସମ୍ପାଦକ କୁଳମଣି ବିଚାର, କୋଷାଧ୍ୟକ୍ଷ କହ୍ଲେଇ ସେଠ, ଅଜୟ କୁମାର, ଭ୍ରମର ବର ରାୟ, ଦୁବରାଜ ନାଏକ, ଗୁମାଡେରା ବର୍ଷିଆନ ନାଗରିକ ସଂଗଠନର ସଜିଦାନନ୍ଦ ପଣ୍ଡା, କିଶୋର ସାହୁ, ପ୍ରିତବାସ ପ୍ରଧାନ, ଯୁଧିଷ୍ଠୀର ପ୍ରଧାନ, ଆନନ୍ଦ ଦାଶ, ଗଣେଶ ନାଏକ ଓ ଅନ୍ୟ ସଦସ୍ୟଗଣ ଏବଂ ଟିଆରଏଲ କ୍ରୋସାକିର ବରିଷ୍ଠ ଅଧିକାରୀ ଏସ୍ ଏ ହବିବ, ସନ୍ତୋଷ ମିଶ୍ର, ଶଶାଙ୍କ ଦିକ୍ଷିତ ଓ ଅନ୍ୟ ଷ୍ଟାଫ ପ୍ରମୁଖ ଉପସ୍ଥିତ ଥିଲେ।