ନୂଆଦିଲ୍ଲୀ: ବ୍ରିଟେନରୁ ଭାରତ ଆସୁଥିବା ସମସ୍ତ ଫ୍ଲାଇଟକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରୋକ ଲଗାଯାଇଛି। ବ୍ରିଟେନରେ ନୂଆ ରୂପରେ ଆସିଥିବା କରୋନା ଆତଙ୍କକୁ ଦୃଷ୍ଟିରେ ରଖି ଭାରତ ଏପରି ପଦକ୍ଷେପ ନେଇଛି। ନାଗରିକ ଉନ୍ନୟନ ମନ୍ତ୍ରଣାଳୟ ଡିସେମ୍ବର ୨୩ରୁ ୩୧ ତାରିଖ ରାତି ୧୧ଟା ୫୯ ପର୍ଯ୍ୟନ୍ତ ଉଡ଼ାଣ ରୋକିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛି। ୨୩ ତାରିଖ ମଧ୍ୟରେ ବ୍ରିଟେନରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ବିମାନ ବନ୍ଦରରେ ହିଁ ଆରଟି ପିସିଆର ଟେଷ୍ଟ ଦେବାକୁ ପଡ଼ିବ।
ସୂଚନାଯୋଗ୍ୟ, ବ୍ରିଟେନରେ କରୋନା ନୂଆ ରୂପରେ ଆସିବା ପରେ ଫ୍ରାନ୍ସ ଜର୍ମାନୀ ନେଦରଲାଣ୍ଡ, ବେଲଜିୟମ, ଅଷ୍ଟ୍ରିୟା, ରୋମାନିୟା, ଇଟାଲୀ ଓ ତୁର୍କୀ ମଧ୍ୟ ଭାରତ ପରି ବ୍ରିଟେନ ଯାତ୍ରା ଉପରେ ରୋକ ଲଗାଇଛନ୍ତି।