ରିଆମାଳ, ଏନ୍ଏନ୍ଏନ୍: ରିଆମାଳ ଥାନା ୫୩ ନମ୍ବର ରାଜପଥ ଲୁଲଙ୍ଗ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ହୋଇଛନ୍ତି ଜଣେ ବିଏସଏଫ ଯବାନ । ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ସୂଚନା ଅନୁସାରେ, ଭୁବନେଶ୍ୱରର ଅରୁଣ ଭୂୟାଁ ସମ୍ବଲପୁରରେ ଚାକିରି କରୁଥିବାବେଳେ ସେ ଆଜି ଦେବଗଡ଼ ଦେଇ ୫୩ ନମ୍ବର ରାଜପଥରେ ବାଇକରେ ଯାଉଥିବାବେଳେ ଲୁଲଙ୍ଗ ଛକ ନିକଟସ୍ଥ ଏକ ଗଛରେ ପିଟି ହୋଇଯାଇଥିଲେ। ତାଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି। ଏହି ସମୟରେ ଜଣେ ଶିକ୍ଷକ ଦେଖି ତାଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦେବଗଡ଼ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।