ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଅଞ୍ଚଳରୁ ୧୩ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶ୍ରମିକଙ୍କ ମଧ୍ୟରେ ୮ ଜଣ ପୁରୁଷ ୫ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଏକ ଅଟୋରେ ଏମାନେ କଣ୍ଟାବାଞ୍ଜି ଷ୍ଟେସନ ଯାଉଥିଲେ । ଖବର ପାଇ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଶ୍ରମିକମାନେ ନୁଆପଡା ଜିଲ୍ଲା ଖାସବାହାଲ ଗାଁର ବୋଲି ଜଣାପଡିଛି ।