ମିସବା ପାକିସ୍ତାନ ହେଡ୍ କୋଚ୍

କରାଚି,ଏଜେନ୍ସି: ପାକିସ୍ତାନର ପୂର୍ବତନ ଅଧିନାୟକ ମିସବା ଉଲ ହକ୍ ଜାତୀୟ ଦଳର ହେଡ୍ କୋଚ୍ ନିଯୁକ୍ତ ହୋଇଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ତାଙ୍କ ସହ ୩ ବର୍ଷିୟା ଚୁକ୍ତି ସ୍ୱାକ୍ଷର କରାଯାଇଛି। ମିସବାଙ୍କ ସହକାରୀ ଭାବେ ପୂର୍ବତନ ହେଡକୋଚ୍ ୱାକର ୟୁନୁସ୍ କାର୍ଯ୍ୟ କରିବେ। ୱାକରଙ୍କୁ ବୋଲିଂ କୋଚ୍ କରାଯାଇଛି। ପୂର୍ବରୁ ମିସବା ଓ ୱାକର ମଳିତ ଭାବେ କାର୍ଯ୍ୟ କରିଛନ୍ତି। କିନ୍ତୁ ସେତେବେଳେ ମିସବା ପାକିସ୍ତାନର ଅଧିନାୟକ ରହିଥିବା ବେଳେ ୱାକର ହେଡ୍ କୋଚ୍ ରହିଥିଲେ। ପିସିବି ମିସବାଙ୍କ ଉପରେ ଅଧିକ ଭରସା ରଖିଛି। ଏଥିପାଇଁ ସେ ହେଡ୍ କୋଚ୍ ରହିଥିଲେ ମଧ୍ୟ ତାଙ୍କୁ ଏବେ ପିସିବିର ୬ଟି ପ୍ରଥମ ଶ୍ରେଣୀ ଘରୋଇ ଆସୋସିଏସନର ଚୟନକମିଟି ଅଧ୍ୟକ୍ଷ ରଖାଯାଇଛି।