ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ‘ପଞ୍ଜାବ ସ୍ମାର୍ଟ କନେକ୍ଟ ସ୍କିମ’ର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ରିପୋର୍ଟ ମୁତାବିକ, ପଞ୍ଜାବ ସରକାରୀ ସ୍କୁଲରେ ଦ୍ୱାଦଶ ପଢ଼ୁଥିବା ୮୦ ହଜାର ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ୍ ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ଅବସରରେ କିଛି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ସ୍ମାର୍ଟଫୋନ୍ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନ ସମୟରେ ପଞ୍ଜାବର ସରକାରୀ ସ୍କୁଲରେ ପଢ଼ୁଥିବା ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ୍ ଦିିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ପ୍ରତିଶ୍ରୁତି ଦେଇଥିଲେ। ୯୨ କୋଟି ବ୍ୟୟରେ ପଞ୍ଜାବ ସ୍ମାର୍ଟ କନେକ୍ଟ ସ୍କିମ ଅଗଷ୍ଟ ମାସରେ ଲଞ୍ଚ ହୋଇଥିଲା। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧ଲକ୍ଷ ୭୪ ହଜାର ୧୫ଜଣଙ୍କୁ ସ୍ମାର୍ଟଫୋନ୍ ଦିଆଯାଇଥିବା ଜଣାପଡ଼ିଛି। ୨୦୧୭-୧୮ ମସିହାରେ ଏହି ଯୋଜନା ଲାଗି ଶହେ କୋଟି ଆବଣ୍ଟନ ହୋଇଥିଲା।