ରାଜସ୍ଥାନ,ଏଜେନ୍ସି: ପାକିସ୍ଥାନରୁ ବିତାଡ଼ିତ ହୋଇ ଭାରତରେ ସରଣ ନେଇଥିବା ୧୮ ଜଣ ହିନ୍ଦୁଙ୍କୁ ଆଜି ଭାରତର ନାଗରିକତା ମିଳିଛି। ନାଗରିକତା ଆଇନ ବିଲ ସଂସଦରେ ପାରିତ ହେବା ପରେ ଏହାକୁ ନେଇ ଗତ ଦିନରେ ସାରା ଦେଶରେ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ମଧ୍ୟ ଆଜି ପାକିସ୍ତାନରୁ ବିତାଡ଼ିତ ହୋଇଥିବା ୧୮ ଜଣ ହିନ୍ଦୁ ନାଗରିକଙ୍କୁ ଭାରତର ନାଗରିକତା ସାର୍ଟିଫିକେଟ ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ ଜୟପୁର ପ୍ରଶାସନ ତରଫରୁ ଜିଲ୍ଲା ମାଜିଷ୍ଟ୍ରେଟ ଆଜି ୧୯୫୫ ଆଇନ ଅନୁସାରେ ଏହି ୧୮ ଜଣଙ୍କୁ ନାଗରିକତା ପ୍ରଦାନ କରିଛନ୍ତି।