ମୋ ପାର୍ଟିରେ କେହି ନିଶା କାରବାର କରୁନାହାନ୍ତି: କରନ ଜୋହର

ମୁମ୍ବାଇ,ଏଜେନ୍ସି: ଏନସିବିରେ ଡ୍ରଗ୍ସ ମାମଲାର ଜୋର ସୋର ଖୋଳତାଡ଼ ଚାଲିଛି। ଏହି ପରିପ୍ରେକ୍ଷୀରେ କରନ ଜୋହରଙ୍କ ଏକ ପାର୍ଟିର ଭିଡିଓକୁ ଆଧାର କରି ଏନସିବି ସମନ ଜାରି କରିଥିଲା। ତାଙ୍କ ପାର୍ଟିରେ କେହି ବି ଡ୍ରଗ୍ସର ବ୍ୟବହାର କରୁନଥିବା ସେ କହିବା ସହ ସେ ତାଙ୍କ ଓକିଲଙ୍କ ଜରିଆରେ ଏନସିବିରେ ବିବୃତ୍ତି ଦାଖଲ କରିଛନ୍ତି। ଏଥିସହିତ ପାର୍ଟିରେ ଥିବା ସମସ୍ତ ଅତିଥିଙ୍କ ତାଲିକା ମଧ୍ୟ ଦାଖଲ କରିଛନ୍ତି।

ସୂଚନା ଅନୁସାରେ ବିଜେପି ନେତା ମନଜିନ୍ଦର ସିଂହ ସିରସା କରନ ଜୋହରଙ୍କ ପାର୍ଟିର ଭିଡିଓ ପ୍ରସ୍ତୁତ କରି ସେଥିରେ ଡ୍ରଗ୍ସର ବ୍ୟବହାର ହୋଇଥିବା ନେଇ ଅଭିଯୋଗ କରିଥିଲେ। ପରେ ଏନସିବି ପକ୍ଷରୁ କରନଙ୍କୁ ଗୁରୁବାର ଦିନ ସମନ କରାଯାଇଥିଲା। ଆଜି ଏନସିବିରେ କରନ ତଥ୍ୟ ପ୍ରସ୍ତୁତ କରିବା ସହିତ ତାଙ୍କ ବିରୋଧରେ ହୋଇଥିବା ମାମଲା ଗୁଡ଼ିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସୋସିଆଲ ମିଡ଼ିଆରେ ଦର୍ଶାଇଛନ୍ତି।