ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାମ ନେଉନାହିଁ। ଗତ ୨୪ ଘଣ୍ଟାରେ ୨୨ ହଜାର ୬୫ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩୫୪ ଜଣଙ୍କର ମୃତ୍ୟୁ ଘଟିଛି। ଖାସ୍ କଥାଟି ହେଲା, ଭାରତରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଖୁବ୍ ଅଧିକ ରହିଛି। ଭାରତରେ ସୁସ୍ଥହାର ୯୪.୯୮ ପ୍ରତିଶତ ରହିଥିବାବେଳେ ମୃତ୍ୟୁହାର ୧.୪୫ ପ୍ରତିଶତ ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ଲକ୍ଷ ୬ ହଜାର ୬୫କୁ ବୃଦ୍ଧି ପାଇଛି। ଅନ୍ୟପଟେ ୯୪ଲକ୍ଷ ୨୨ ହଜାର ୬୩୬ ଜଣ ସୁସ୍ଥ ହୋଇଛନ୍ତି ଓ ୧ଲକ୍ଷ ୪୩ ହଜାର ୭୦୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୩୯ ହଜାର ୮୨୦ରେ ପହଞ୍ଚିଛି।
ଆଇସିଏମଆରର ରିପୋର୍ଟ ମୁତାବିକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୫ କୋଟି ୫୫ଲକ୍ଷ ୬୦ହଜାର ୬୫୫ କରୋନା ନମୁନା ଟେଷ୍ଟ ହୋଇଥିବାବେଳେ ୯୯ଲକ୍ଷ ୬ ହଜାର ୬୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି।