୨୬ ଜିଲ୍ଲାରୁ ୩୦୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ୨୬ ଜିଲ୍ଲାରୁ ୩୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୭୪ଜଣ ଓ ସ୍ଥାନୀୟ ସଂକ୍ରମଣ ୧୨୬ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୪ ହଜାର ୩୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୪୪, ଖୋର୍ଦ୍ଧାରୁ ୩୬, ସୁନ୍ଦରଗଡ଼ରୁ ୩୪, କଟକରୁ ୨୦, ମୟୁରଭଞ୍ଜରୁ ୧୭, ବାଲେଶ୍ୱରରୁ ୧୪, ସମ୍ବଲପୁରରୁ ୧୫, ବଲାଙ୍ଗିରରୁ ୧୨, ନୂଆପଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବରଗଡ଼ରୁ ୧୧ଜଣ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୪ଲକ୍ଷ ୩୭ ହଜାର ୩୬୫ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୨୪ହଜାର ୩୮୯ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩ଲକ୍ଷ ୧୯ ହଜାର ୪୫୮ ଜଣ ସୁସ୍ଥ ହୋଇଛନ୍ତି, ୧୮୧୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୩,୦୬୩ ଜଣ ଚିକିତ୍ସିତ ହେଉଛନ୍ତି।