ଏଥର ହେବନି ଶୀତକାଳୀନ ଅଧିବେସନ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଏବେ କରୋନା ପ୍ରକୋପ ଜାରି ରହିଥିବାବେଳେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ହେବାକୁ ଯାଉଛି। ଇତିମଧ୍ୟରେ ଶୀତକାଳୀନ ଅଧିବେସନ ହେବନାହିଁ ବୋଲି ସୂଚନା ମିଳିଛି। ଅନ୍ୟପଟେ କୃଷକ ପ୍ରସଙ୍ଗ ଚର୍ଚ୍ଚା ଲାଗି ଅଧିବେସନ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ସମସ୍ତ ପକ୍ଷ ଅଧିବେସନ ରୋକିବାକୁ ନେଇ ସହମତି ପ୍ରଦାନ କରିଛନ୍ତି। କରୋନା ସଂକ୍ରମଣରୁୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେହି ବି ଶୀତକାଳୀନ ଅଧିବେସନ ପକ୍ଷରେ ନଥିଲେ। ସେଥିପାଇଁ ଜାନୁଆରୀରେ ସିଧାସଳଖ ବଜେଟ ଅଧିବେସନ ଆୟୋଜିତ ହେବ।