ପରୀ ଓ ରତ୍ନପଥର ତସ୍କରୀରେ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ- ସନ୍ତୋଷ ସିଂ ସାଲୁଜା

ରାୟଗଡ଼ା, ଏନ୍ଏନ୍ଏସ୍: ରାୟଗଡ଼ା ପ୍ରଭାରୀ ଭାବେ ନବନିଯୁକ୍ତ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ରାୟଗଡା ଗସ୍ତରେ ଯାଇ ଗୁଣପୁର ଠାରେ କଂଗ୍ରେସ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ସମ୍ପ୍ରତି ରାଜ୍ୟରେ ପରୀ ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଏବଂ ଜିଲ୍ଲାରେ ଜଣେ ମନ୍ତ୍ରୀଙ୍କ ରତ୍ନପଥର ତସ୍କରୀଙ୍କ ସହ ଥିବା ସମ୍ପର୍କକୁ ସେ ତୀବ୍ର ବିରୋଧ କରିଥିଲେ। ଆଗାମୀ ଦିନରେ ଏହି ଦୁଇ ବିଷୟକୁ ନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ସାଲୁଜା ଚେତାବନୀ ଦେଇଛନ୍ତି। ଏହି ବୈଠକରେ ରାୟଗଡା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପଣ୍ଡା,ବରିଷ୍ଠ କଂଗ୍ରେସ ନେତା ବିଜୟ ଗମାଙ୍ଗ, ରଘୁନାଥ ପାତ୍ର, ବାବା ପ୍ରସାଦ ରାଓ ଭୋଳା ମହାଙ୍କୁଡ ପ୍ରମୁଖ ଯୋଗ ଦେଇଥିଲେ ।