Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ୟୁନିଅନ୍ ର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ୟୁନିଅନ୍ ର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ

ଝାରସୁଗୁଡ଼ା,ଲଇକେରା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ)ର ଦ୍ୱିତୀୟ ବାର୍ଷିକୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଲଇକେରା ପ୍ରେସ କ୍ଲବ୍ ଓ କିର୍ମିରା ପ୍ରେସକ୍ଲବର ସହଭାଗିତାରେ ଜିଲ୍ଲା ସଭାପତି ତ୍ରିଲୋଚନ ଦାସଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ମୁଖ୍ୟ ଅତିଥି, କିର୍ମିରା ବ୍ଲକ ଅଧ୍ୟକ୍ଷ ତେଜରାଜ ସାହୁ, ଲଇକେରା ବ୍ଲକ ଅଧ୍ୟକ୍ଷା ରୋଜାଲିନ ପଟେଲ, ଲଇକେରା ବ୍ଲକ୍ ଖୁନ୍ତାମାଳ ସମିତି ସଭ୍ୟା ସୁକାନ୍ତି ଜୟପୁରିଆ, ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ଓ କୋଷାଧ୍ୟକ୍ଷ ଅମୂଲ୍ୟ ରଞ୍ଜନ ସ୍ୱାଇଁ, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ସଚିକାନ୍ତ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ। ଜିଲ୍ଲା ସାଧାରଣ ସମ୍ପାଦକ ସୁମନ୍ତ ଶେଖର ବୋହିଦାର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରାଜ୍ୟ ଉପସଭାପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଝାରସୁଗୁଡ଼ା ସହରରେ ଏକ ସାମ୍ବାଦିକ ଭବନ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ। ଜାତୀୟ ପରିଷଦ ସଭ୍ୟ ବରିଷ୍ଠ ସାମ୍ବାଦିକ ପ୍ରତାପ କେଶରୀ ସିଂହ ଯୋଗଦେଇ ସାଂଗଠନିକ କାର୍ଯ୍ୟ ଆଗକୁ କିପରି ସୂଚାରୁ ରୂପେ ତୁଲାଯାଇପାରିବ ସେନେଇ ଆଲୋକପାତ କରିଥିଲେ । ପ୍ରତାପ କେଶରୀ ସିଂହ ନିର୍ବାଚନ ଅଧିକାରୀ ଭାବରେ ରହି ଆଗାମୀ ଦୁଇବର୍ଷ ପାଇଁ କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରିଥିଲେ।

ଜାତୀୟ ସଭ୍ୟ ଭାବରେ ତ୍ରିଲୋଚନ ଦାଶ ଙ୍କ ନାମ ଓ ରାଜ୍ୟକାର୍ଯ୍ୟକାରୀ ସଦସ୍ୟ ଭାବରେ ସୁମନ୍ତ ଶେଖର ବୋହିଦାରଙ୍କ ନାମ ପ୍ରସ୍ତାବ ରଖିଥିଲେ। ଏହା ସହିତ ନୂତନ କର୍ମକର୍ତ୍ତା ଭାବେ ସଭାପତି ବ୍ୟାସଦେବ ପଣ୍ଡା, ଉପସଭାପତି ରିତେଶ ଶର୍ମା, ବନବାସୀ ଗୌଡ଼, ସାଧାରଣ ସମ୍ପାଦକ ଭରତ ପାତ୍ର, ସମ୍ପାଦକ ଡିଲେଶ୍ୱର ବାଗ, ସଞ୍ଜୟ କୁମାର ପୂଜାରୀ, କୋଷାଧ୍ୟକ୍ଷ ବିଜୟ କୁମାର ବରାଡ଼, କାର୍ଯ୍ୟକାରୀ ସଦସ୍ୟ ଶେଖର ବିଶି, ଲକ୍ଷ୍ମୀକାନ୍ତ ସାହୁ, ଆର୍ତ୍ତତ୍ରାଣ ସାହୁ, ପରାମର୍ଶ ଦାତା ପ୍ରତାପ କେଶରୀ ସିଂହ, ଜୀବନ ମହାନ୍ତି, ସୁକାନ୍ତ ସାହୁ, ଭୋପାଳ ଚନ୍ଦ୍ର ବେହେରାଙ୍କ ନାମ ଘୋଷଣା କରାଯାଇଥିଲା। ସାମ୍ବାଦିକ ଦେବେନ୍ଦ୍ର କୁମାର ବେହେରା ଧନ୍ୟବାଦ ଦେଇଥିଲେ।