ମୁମ୍ବାଇ: ଅଭିନେତାରୁ ରାଜନେତା ସାଜିଥିବା କମଲ ହାସନ ଆଗାମୀ ବର୍ଷ ନିର୍ବାଚନ ମଇଦାନକୁ ଓହ୍ଲାଇବେ। ଏନେଇ ସେ ନିଜେ ସୂଚନା ପ୍ରଦାନ କରିଛନ୍ତି। ମକ୍କଲ ନିଧୀ ମୟମ ପାର୍ଟିର ମୁଖ୍ୟ କମଲ ହାସନ ଆଗାମୀ ବର୍ଷ ତାମିଲନାଡୁ଼ରେ ବିଧାନସଭା ନିର୍ବାଚନ ଲଢ଼ିବେ। ହେଲେ କେଉଁଠାରୁ ଲଢ଼ିବେ ସେନେଇ ଘୋଷଣା କରିନାହାନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ମଦୁରାଇରୁ ନିର୍ବାଚନ ପ୍ରଚାର କରୁଥିବା କମଲ ନିଜ ପାଇଁ ପ୍ରଚାର କରିବା ଆରମ୍ଭ କରିଦେଲେଣି। ଏହି ଅବସରରେ କମଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନ୍ୟ ନେତାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। କମଲ କହିଛନ୍ତି ଯେ, କରୋନା କାଳରେ ଅଧା ଜନବସତି ଖାଇବାକୁ ନପାଇ ଜୀବନ ହାରୁଥିବା ବେଳେ ହଜାରେ କୋଟି ଟଙ୍କା ଖର୍ଚ୍ଚ କରି ସାଂସଦ ଭବନ ନିର୍ମାଣ କରିବା କେତେଦୂର ଠିକ୍? ଏହାର ଉତ୍ତର ମାନନୀୟ ପ୍ରଧାନମନ୍ତ୍ରୀ ଦିଅନ୍ତୁ।