ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶ ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ବନ୍ଦନା କାସ୍ରେକର କରୋନା ରୋଗରେ ପ୍ରାଣ ହରାଇଛନ୍ତି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ଇତିପୂର୍ବରୁ ଗତ ସପ୍ତାହରେ ଗୁଜରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ ଜି.ଆର.ଉଧୱାନିଙ୍କର ମଧ୍ୟ କରୋନାରେ ମୃତ୍ୟୁ ଘଟିଥିଲା। ଆଇନଜୀବୀ ଭାବେ କ୍ୟାରିୟର ଆରମ୍ଭ କରିଥିବା ଜଷ୍ଟିସ କାସ୍ରେକର ୨୦୧୪ ଅକ୍ଟୋବରରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ବେଞ୍ଚ୍ ବିଚାରପତିଭାବେ ପ୍ରଥମେ ନିଯୁକ୍ତି ପାଇଥିଲେ। ଜଷ୍ଟିସ କାସ୍ରେକରଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଗଭୀର ଦୁଃଖପ୍ରକାଶ କରିଛନ୍ତି।