ବାଇକ୍ ଧକ୍କାରେ ଜଣେ ମୃତ, ୩ ଆହତ

ରିଆମାଳ, ଏନ୍ଏନ୍ଏସ୍: ରିଆମାଳ ଥାନା ୫୩ ନମ୍ବର ଜାତୀୟ ରାଜପଥରେ ଥିବା ବାଲିନାଳ ପୋଲ ଠାରେ ଜଣେ ମଦ୍ୟପ ବାଇକ ଆରୋହୀର ବେପାରୁଆ ଗାଡି ଚାଳନା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନିଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଖଣ୍ଡାଧୂଆଁ ଗ୍ରାମର ଟଙ୍କଧର ପ୍ରଧାନଙ୍କ ପୁଅ ସୁଶାନ୍ତ କୁମାର ପ୍ରଧାନ ମଦ୍ୟପାନ କରି ବାଇକରେ ଫେରୁଥିବା ସମୟରେ ଚିଙ୍ଗୁଡିଝରଣ ଗ୍ରାମର ଆଦାମ ଡାଙ୍ଗ, କାଳିଆ ହସ, ସନ୍ତୋଷ କୁଜୁର ଓ ପ୍ରତାପ ହସ କିର୍ତ୍ତନପାଲି ଖେଳ ପଡିଆରୁ ହକି ଖେଳି ଫେରୁଥିଲେ। ଏହି ସମୟରେ ସୁଶାନ୍ତ ତାଙ୍କୁ ଧକ୍କା ଦେବା ଫଳରେ ଆଦାମ ଡାଙ୍ଗ(୧୬)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ତିନିଜଣ ଗୁରୁତର ଭାବେ ଆହତ ହୋଇଥିଲେ। ସେମାନଙ୍କୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।