ଡିସେମ୍ବର ୧୪ରୁ ଅନଶନରେ ବସିବେ ଚାଷୀ ନେତା

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ସିଂଘୁ ସୀମାରେ ଆଜକୁ ଚାଷୀ ଆନ୍ଦୋଳନ ୧୫ ଦିନରେ ପହଞ୍ଚିଥିବାବେଳେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ ହୋଇନାହିଁ। ସରକାର ବୈଠକ ପରେ ବୈଠକ କରିଚାଲିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରିପାରୁନି। ଅନ୍ୟପଟେ ଚାଷୀମାନେ ସରକାରଙ୍କ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ନାମଞ୍ଜୁର କରିଛନ୍ତି।

ଏହି ମଧ୍ୟରେ ଚାଷୀ ନେତାମାନେ ସରକାରଙ୍କ ଉପରେ ଚାପ ପକାଇବାକୁ ଅନଶନ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି। ଯଦି ସରକାର ଏହି ନୂଆ କୃଷି ବିଲର ପ୍ରତ୍ୟାହାର ନ କରନ୍ତି ତେବେ ଚାଷୀ ନେତାମାନେ ଆସନ୍ତା ୧୪ ତାରିଖରୁ ସିଂଘୁ ସୀମାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିବେ। ଏନେଇ ଚାଷୀ ନେତା ସୂଚନା ଦେଇଛନ୍ତି।