କୋରାପୁଟ,ଏନ୍ଏନ୍ଏସ୍ : ଦାମନଯୋଡ଼ିସ୍ଥିତ ନାଲକୋ ଫାଉଣ୍ଡେସନ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ପେରିଫେରିଆଲ ଅଞ୍ଚଳର ଉତ୍ତୀର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆବାସିକ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ନାଲକୋ ଫାଉଣ୍ଡେସନ୍ ପେରିଫେରିଆଲ୍ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍କୁଲରେ ଗୁଣାତ୍ମକ ମାନର ଶିକ୍ଷାଦାନର ବ୍ୟବସ୍ଥା କରିଛି। ୨୦୨୦ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ସମସ୍ତ ୨୩ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେମାନଙ୍କ ମଧ୍ୟରୁ ସର୍ବୋଚ୍ଚ ନମ୍ବର ରଖିଥିବା ପ୍ରଥମ ୩ଜଣଙ୍କୁ ଯଥାକ୍ରମେ ୧୦ ହଜାର, ୭ ହଜାର ଓ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ, ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ.ରବିଶଙ୍କର ଦାସ, ସମୂହ ମହାପ୍ରବନ୍ଧକ ସୁଶୀଳ କୁମାର ପାଢ଼ୀ, ଭିମସେନ ପ୍ରଧାନ, ଡେପୁଟି ମହାପ୍ରବନ୍ଧକ ଶଶାଙ୍କ ଶେଖର ସାହୁ ଓ ସହକାରୀ ମହାପ୍ରବନ୍ଧକ ମନୋଜ କୁମାର ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉତରୋତ୍ତର କାମନା କରିଥିଲେ।