ସ୍ଥାନୀୟ ଯୁବକଙ୍କୁ ସହଯୋଗର ହାତ ବଢାଇଲେ ସମାଜସେବୀ

ରାମନାଗୁଡା,ଏନ୍ଏନ୍ଏସ୍: “ମାନବ ସେବା ହି ମାଧବ ସେବା” ଏହି ଉକ୍ତିକୁ ନିଜ ଜୀବନର ମୂଳମନ୍ତ୍ର କରି ସମାଜସେବା ପାଇଁ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ସଞ୍ଜୟ କୁମାର ସାହୁ। ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ, ମୃତ୍ୟୁ ପରେ ଶବକୁ ସ୍ୱର୍ଗରଥ ମାଧ୍ୟମରେ ଶସ୍ମାନକୁ ପହଞ୍ଚିବା,  ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଣ ଆଦି ବିଭିନ୍ନ କ୍ଷେତ୍ରରେ ସେବାପାଇଁ ଅଞ୍ଚଳରେ ଏକ ପରିଚୟ ସୃଷ୍ଟି କରିଛନ୍ତି। ସେହି ସେବାର ଆଜି ଆଉ ଏକ ଫର୍ଦ୍ଦ ଯୋଡିଛନ୍ତି ଶ୍ରୀ ସାହୁ।

ପ୍ରକାଶ ଯେ, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଲିମାପଦର ଗ୍ରାମର କିଛି ଯୁବକ ଲକଡାଉନ ସମୟରେ ଗୁମୁଡ଼ା-ଗୁଣପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କରିଥିଲେ। ଶ୍ରୀସାହୁ ରାସ୍ତାରେ ଯିବାବେଳେ ସ୍ଥାନୀୟ ଯୁବକ ମାନେ ନିକଟସ୍ଥ ଏକ ନାଳରୁ ପାଣି ବୋହି ଗଛରେ ପକାଉଥିବାର ଦେଖି ସେମାନଙ୍କ ସହ ଆଲୋଚନା କରି ଟ୍ୟାଙ୍କର ମାଧ୍ୟମରେ ଜଳଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ପ୍ରତିଶ୍ରୁତି ମୁତାବକ ଟ୍ୟାଙ୍କର ମାଧ୍ୟମରେ ସବୁ ଗଛକୁ ପାଣି ଦେଇଛନ୍ତି। ସ୍ଥାନୀୟ ଯୁବକଙ୍କ ଏହି ପ୍ରୟାସକୁ ସେ ଭୁୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ସହଯୋଗ କରିବାର ପ୍ରତିଶ୍ରିତି ଦେଇଛନ୍ତି। ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ହରପ୍ରସାଦ ରଥ , ମଧୁସୂଦନ ପଣ୍ଡା, ପ୍ରପନ୍ନ ତ୍ରିପାଠୀ, ସୁନୀଲ ପାଢ଼ୀ ଓ ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ସଞ୍ଜୟ ସାହୁଙ୍କ ଏହି ସହଯୋଗକୁ ସାଧୁବାଦ ଜଣାଇଛନ୍ତି।