ଅମ୍ବାନୀ ହେଲେ ଜେଜେ ବାପା

ମୁମ୍ବାଇ: ଦେଶର ସବୁଠୁ ଧନୀ ଅମ୍ବାନୀ ପରିବାରରେ ଜଣେ ନୂଆ ସଦସ୍ୟର ଆଗମନ ହୋଇଛି। ମୁକେଶ ଓ ନୀତା ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ଓ ବୋହୂ ଶ୍ଳୋକା ମେହତା ପିତାମାତା ହୋଇଛନ୍ତି। ଆଜି ସକାଳ ୧୧ଟାରେ ଶ୍ଳୋକା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଆକାଶ ଓ ଶ୍ଳୋକା ୨୦୧୯ ମାର୍ଚ୍ଚ ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଅମ୍ବାନୀ ପରିବାରର ଜଣେ ପ୍ରବକ୍ତା କହିଛନ୍ତି ଯେ, ମୁକେଶ ଓ ନୀତା ପ୍ରଥମଥର ପାଇଁ ଜେଜେ ବାପା ଓ ଜେଜେ ମା’ ହୋଇଥିବାରୁ ଖୁବ୍ ଖୁସି ଅଛନ୍ତି। ଆଉ ଏବେ ଉଭୟ ମା’ ଓ ଶିଶୁ ପୁତ୍ର ସୁସ୍ଥ ଅଛନ୍ତି।