ଡିସେମ୍ବର ୧୦ରେ ହେବ ନୂଆ ସଂସଦର ଭୂମିପୂଜା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୦ ତାରିଖରେ ନୂଆ ସଂସଦ ଭବନର ଭୂମି ପୂଜା କରିବେ। ଏହି ଅବସରରେ ବିପକ୍ଷ ଦଳର କିଛି ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ସଂସଦ ଭବନ ନିର୍ମାଣରେ ପାଖାପାଖି ୮୫୦ କୋଟି ଟଙ୍କା ବ୍ୟୟ ହେବ। ଏହି ସଂସଦ ଭବନ ବର୍ତ୍ତମାନର ସଂସଦ ଭବନ ପରିସରରେ ହିଁ ନିର୍ମାଣ କରାଯିବ। ୨୦୨୨ରେ ସ୍ୱାଧୀନତାକୁ ୭୫ ବର୍ଷ ପୁରୁଥିବାରୁ ନୂଆ ଭବନର ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ସୂଚନାଯୋଗ୍ୟ, ନୂଆ ସଂସଦ ଭବନ ୬୫ ହଜାର ବର୍ଗ ମିଟରରେ ପ୍ରସ୍ତୁତ ହେବ। ତ୍ରିକୋଣୀୟ ଡିଜାଇନରେ ପ୍ରସ୍ତୁତ ହେବାକୁ ଥିବା ଏହି ଭବନରେ ୩ଟି ମହଲା ରହିବ। ସାଂସଦରେ ବସିବା ବ୍ୟବସ୍ଥା ଆରାମଦାୟକ ହେବ। ଟୁ ସୀଟର ବେଞ୍ଚ ହେବ ଯାହାର ଅର୍ଥ ଗୋଟିଏ ସିଟରେ ୨ଜଣ ବସିପାରିବେ। ଏଥିରେ ପାଖାପାଖି ୧୩୫୦ ସାଂସଦ ବସିବାର ବ୍ୟବସ୍ଥା କରାଯାଇଛି।