ଝାରସୁଗୁଡ଼ାରେ ଆଉ ୧୧ କରୋନା ପଜିିଟିଭ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୧୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ଲଖନପୁର ବ୍ଲକ ଅଞ୍ଚଳରୁ ୩ଜଣ, ଝାରସୁଗୁଡ଼ା ବ୍ଲକ ଅଞ୍ଚଳରୁ ୨ଜଣ, ଝାରସୁଗୁଡ଼ା ପୌରପରିଷଦ ଅଞ୍ଚଳ, ବେଲପାହାଡ଼ ପୌରାଞ୍ଚଳ, ବ୍ରଜରାଜନଗର ପୌରପରିଷଦ, କୋଲାବିରା ଓ କିର୍ମିରା ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଝାରସୁଗୁଡ଼ାର ଆଉ ଜଣେ ବ୍ୟକ୍ତି ବାହାର ଜିଲ୍ଲା ହସ୍ପିଟାଲରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ପ୍ରକାଶଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୨୩୭କୁ ପହଞ୍ଚିଥିବାବେଳେ ୭,୧୩୬ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୭ ଜଣଙ୍କ ଚିକିତ୍ସା ଜାରି ରହିଛି। ସେହିପରି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୪ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।