ପାଠକ ବାପା-ପୁଅଙ୍କୁ ଜେଲ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଇଏଫଏସ୍ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଜେଲ ଗଲେ। ରିମାଣ୍ଡ ଅବଧି ସରିବା ପରେ ଦୁହିଁଙ୍କୁ ଆଜି ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ପରେ ଦୁହିଁଙ୍କୁ ଜେଲ ପଠାଇ ଦିଆଯାଇଛି। ଜେଲ ଯିବା ପୂର୍ବରୁ ଅଭୟକାନ୍ତ କହିଛନ୍ତି ଯେ, ଆମ ବିରୋଧରେ ଷଡ଼ଯନ୍ତ୍ର ହୋଇଛି। ମୋ ପୁଅ ଏବେ ବି ଟାଟାରେ ଚାକିରି କରୁଛି। ସବୁ ପ୍ରମାଣ ଦେବି।

ସୂଚନାନୁଯାୟୀ, ଅଭୟକାନ୍ତ ଓ ଆକାଶଙ୍କୁ ରିମାଣ୍ଡରେ ନେଇ ଭିଜିଲାନ୍ସ ଜେରା କରିଥିଲା। ଗତକାଲି ଜେରାବେଳେ ଆକାଶ ଟାଟା ମୋଟର୍ସ ଚାକିରି କରିନଥିବା ସ୍ୱୀକାର କରିଥିଲେ। କିନ୍ତୁ ଆଜି କୋର୍ଟରେ ଆକାଶ ନିଜ ବୟାନ ବଦଳାଇଥିଲେ। ଅନ୍ୟପଟେ ଅଧିକ ତଦନ୍ତ ପାଇଁ ଭିଜିଲାନ୍ସ ଆକାଶଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟରଙ୍କୁ ଏକ ଅଜଣା ସ୍ଥାନରେ ରଖି ପଚରାଉଚୁରା କରୁଛି।