ବ୍ରିଟେନ ପରେ ଫାଇଜର ଭ୍ୟାକ୍ସିନକୁ ଅନୁମତି ଦେଲା ବହରୀନ

ନୂଆଦିଲ୍ଲୀ: ବ୍ରିଟେନ ପରେ ଫାଇଜର ଭ୍ୟାକ୍ସିନକୁ ବହରୀନ ଆପାତକାଳୀନ ଅନୁମତି ପ୍ରଦାନ କରିଛି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବିଶେଷ ଭାବେ ବିଶ୍ଳେଷଣ କରି ବହରୀନର ସ୍ୱାସ୍ଥ୍ୟ ନିୟାମକ ଏଜେନ୍ସୀ ଆପାତକାଳୀନ ଅନୁମତି ପ୍ରଦାନ କରିଛନ୍ତି। କିନ୍ତୁ କେତେ ଡୋଜ୍ ଭ୍ୟାକ୍ସିନ କିଣିବ ଓ କେବେଠାରୁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ସେନେଇ ବହରୀନ କୌଣସି ଘୋଷଣା କରିନାହିଁ। ଅନ୍ୟପଟେ ଫାଇଜର ଫାର୍ମା କମ୍ପାନୀର କହିଛି ଯେ, ଭ୍ୟାକ୍ସିନ ଡୋଜ୍, ସଂଖ୍ୟା ଓ ବିକ୍ରି ସମ୍ବନ୍ଧୀୟ ଚୁକ୍ତିକୁ ବିସ୍ତୃତରେ କହିବା ପାଇଁ ବହରୀନ ବାରଣ କରିଛି।

ସୂଚନାଯୋଗ୍ୟ, ବହରୀନ ପୂର୍ବରୁ ଚୀନ ନିର୍ମିତ ଭ୍ୟାକ୍ସିନ ‘ସାଇନୋଫାର୍ମ’ର ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଥିଲା। ବର୍ତ୍ତମାନ ସୁଦ୍ଧା ୬ ହଜାର ଲୋକଙ୍କୁ ଏହି ଟିକା ପ୍ରଦାନ କରାଯାଇଛି।