କରୋନାରେ ଆଖି ବୁଜିଲେ ଆଉ ୫: ସଂଖ୍ୟା ୧,୭୬୫କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୫ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଫଳରେ କରୋନାଜନିତ ମୃତ୍ୟୁସଂଖ୍ୟା ୧,୭୬୫କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ପ୍ରାଣ ହରାଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ଜଣେ ୫୫ ବର୍ଷୀୟ ପୁରୁଷ ଓ ୭୯ ବର୍ଷୀୟ ବୃଦ୍ଧ ରହିଛନ୍ତି। ସେହିପରି ଜଗତସିଂହପୁରରୁ ୫୯ବର୍ଷୀୟ ପୁରୁଷ, ନୟାଗଡ଼ରୁ ୫୦ ବର୍ଷୀୟ ପୁରୁଷ ଓ ପୁରୀରୁ ୭୦ ବର୍ଷୀୟ ବୃଦ୍ଧ ରହିଥିବା ଜଣାପଡ଼ିଛି। ସମ୍ପୃକ୍ତ ମୃତକ କରୋନା ବ୍ୟତୀତ ମଧୁମେୟ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।