କୋଲକାତା,ଏଜେନ୍ସି: କୋଲକାତାର ଆନନ୍ଦପୁର ଅଞ୍ଚଳର ହାଉସିଂ କମ୍ପେ୍ଲକ୍ସ ବିଲ୍ଡିଂର ୨୪ ମହଲାରୁ ଜଣେ ୧୭ ବର୍ଷର ନାବାଳକ ଖସି ପଡ଼ି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।
ନାବାଳକ ଜଣଙ୍କ ଡନ ବୋସ୍କୋ ସ୍କୁଲର ଯୁକ୍ତ ୨ ଛାତ୍ର ରୁଦ୍ରନିଲ ଦତ୍ତ ବୋଲି ଜଣାପଡ଼ିଛି। ପୁଲିସ ସୂଚନା ଅନୁସାରେ ଗତକାଲି ଏହି ଘଟଣା ଘଟିଥିଲା। ପୁଲିସ ସେଠାରୁ ନାବାଳକକୁ ଉଦ୍ଧାର କରି କୋଲକାତା ନେସନାଲ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।