ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା କଟକଣା ଯୋଗୁଁ ରାଜ୍ୟରେ ବନ୍ଦ ଥିବା ମୋ ବସ୍ ସେବା ଆଜିଠାରୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇଛି। ରାଜ୍ୟର ପୂର୍ବରୁ ଚିହ୍ନଟ ହୋଇଥିବା ୨୨ଟି ରୁଟରେ ୧୪୪ଟି ମୋ ବସ୍ ଗଡିବ ବୋଲି କ୍ରୁଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ପୂର୍ବରୁ କରୋନା ପାଇଁ କେବଳ ୭ଟି ରୁଟରେ ମୋ ବସ୍ ସେବା ଯୋଗାଇବା ପାଇଁ ଅନୁମତି ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୮ ଟି ରୁଟରେ ଓ ଶେଷ ଥର ପାଇଁ ନଭେମ୍ବର ମାସ ୧୭ ତାରିଖରେ ୧୦୯ଟି ମୋ ବସକୁ ଚଳାଚଳ ପାଇଁ ଅନୁମତି ମିଳିଥିଲା। ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଥିବା ଦେଖି ରାଜ୍ୟ ସରକାର ଧୀରେ ଧୀରେ ବିଭିନ୍ନ କ୍ଷେତ୍ରକୁ ସରଳୀକୃତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜିଠୁ ପୂର୍ବ ନିର୍ଦ୍ଧାରିତ ସମସ୍ତ ରୁଟରେ ମୋ ବସ୍ ଚଳାଇବାକୁ ଅନୁମତି ଦେଇଛନ୍ତି।