ଆନ୍ଦୋଳନରତ ଚାଷୀଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,ଏଜେନ୍ସି: ଆନ୍ଦୋଳନରତ ଚାଷୀଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ନୂତନ କୃଷି ବିଲକୁ ବିରୋଧ କରୁଥିବା କୃଷକଙ୍କୁ ଗୃହମନ୍ତ୍ରୀ ଅମିତ ଶାହା ଚର୍ଚ୍ଚା ପାଇଁ ଅପିଲ କରିଛନ୍ତି। ଆସନ୍ତା ଡିସେମ୍ୱର ୩ ତାରିଖରେ ଆଲୋଚନା ପାଇଁ କୃଷି ମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି।

ଭାରତ ସରକାର କୃଷକଙ୍କ ସମସ୍ତ ଦାବି ଏବଂ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ଯଦି କୃଷକମାନେ ଚାହାନ୍ତି ଭାରତ ସରକାର ଶୀଘ୍ର ଆଲୋଚନା କରନ୍ତୁ, ତେବେ ଆନ୍ଦୋଳନରୁ ଓହରିବାର ଗୋଟିଏ ଦିନ ପରେ ହିଁ ଭାରତ ସରକାର ସମସ୍ତ ସମସ୍ୟା ଏବଂ ଦାବି ଉପରେ ଆଲୋଚନା କରିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି। ଏହାସହ ଶାହା କହିଛନ୍ତି ଯଦି ରୋଡ ଶୋ ପରିବର୍ତ୍ତେ ସ୍ଥିର ହୋଇଥିବା ସ୍ଥାନରେ ନିଜର ଧାରଣା ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଏବଂ ଲୋକତାନ୍ତ୍ରିକ ପ୍ରକ୍ରିୟାରେ କରନ୍ତି ତେବେ କୃଷକଙ୍କ ସହ ଲୋକଙ୍କ ଯାଆସ କରୁଥିବା ସାଧାରଣ ଲୋକଙ୍କ ଅସୁବିଧା ମଧ୍ୟ କମ ହେବ ବୋଲି ଶାହା କହିଛନ୍ତି।