ନୂଆଦିଲ୍ଲୀ,ଏଜେନ୍ସି: ବାତ୍ୟା ‘ନିଭାର’ ପରେ ପୁଣିଥରେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୨୯ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ତାମିଲନାଡୁ ଉପକୂଳ ଛୁଇଁବା ପୂର୍ବରୁ ଘନୀଭୂତ ହୋଇ ସାଇକ୍ଲୋନିକ୍ ଷ୍ଟର୍ମ(ସାମୁଦ୍ରିକ ଝଡ଼)ରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଚେନ୍ନାଇ ସମେତ ଉପକୂଳ ଅଞ୍ଚଳରେ ଡିସେମ୍ବର ୧ ଓ ୨ରେ ବର୍ଷା ହୋଇପାରେ।
ସେହିପରି ଡିସେମ୍ବର ୮ କିମ୍ବା ୧୧ ଆଡ଼କୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ମଧ୍ୟ ତାମିଲନାଡୁ ମୁହାଁ ହେବାର ସମ୍ଭାବନା ରହିଛି। ସୂଚନାଥାଉ କି, ଭୀଷଣ ସାମୁଦ୍ରିକ ଝଡ଼ ରୂପ ନେଇ ନଭେମ୍ବର ୨୫ ବିଳମ୍ବିତ ରାତିରେ ପୁଡୁଚେରୀ ନିକଟରେ ବାତ୍ୟା ‘ନିଭାର’ ଲ୍ୟାଣ୍ଡଫଲ୍ କରିଥିଲା।